କଟକରେ ନକଲି ଔଷଧ କାରବାର ମାମଲାରେ ଗତକାଲିଠାରୁ ଅଟକ ଥିବା ୨ ଅଭିଯୁକ୍ତ ସଂଜୟ ଜଲାନ ଓ ରାହୁଲ କୟାଲଙ୍କୁ ପୁଲିସ ଗିରଫ କରିଥିବା ନେଇ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।
ଉଭୟ ଅଭିଯୁକ୍ତ ବେଙ୍ଗାଲୁରୁ ଓ ଗୟାରୁ ନକଲି ମେଡିସିନ୍ ଆଣି ବିଭିନ୍ନ ସ୍ଥାନକୁ ସପ୍ଲାଇ କରୁଥିଲେ। ମାଲିକାନା ପରିବାର ଲୋକଙ୍କ ନାଁରେ ଥିଲା, ହେଲେ ଏ ଦୁହେଁ ବ୍ୟବସାୟ ଚଳାଉଥିଲେ ବୋଲି ଡିସିପି ସୂଚନା ଦେଇଛନ୍ତି।