ବେଗୁନିଆ ହଟକେଶ୍ୱର ଦେବଙ୍କ ମନ୍ଦିରରୁ ଚୋରୀ

ବେଗୁନିଆ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ବାବା ହଟ୍ଟକେଶ୍ଵର ମହାଦେବଙ୍କ ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଥିବା ବାଘମାରୀ ଥାନାରେ ଅଭିଯୋଗ ହୋଇଛି।

ଖବରରୁ ପ୍ରକାଶ, ଗତ ବିଳମ୍ବିତ ରାତିରେ ମନ୍ଦିର ମଧ୍ଯରୁ ବାବା ହଟ୍ଟକେଶ୍ଵର ଦେବଙ୍କ ପ୍ରାୟ ୭୦୦୦୦ ଟଙ୍କା ମୂଲ୍ଯର ରୁପାର ନାଗ,ବଡ ପିତ୍ତଳ ନାଗ, ଦୁଇଟି ହୁଣ୍ଡିବାକ୍ସ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୁପାର କିରିଟି ଓ ମା ପାର୍ବତୀଙ୍କ ରୁପାର ଖଡୁ ଚୋରି ହୋଇଯାଇଥିବାର ଖବର ଗତକାଲି ଦାୟିତ୍ବରେ ଥିବା ସେବାୟତ କାଙ୍ଗାଳି ମହାପାତ୍ର ଜଣାଇବା ପରେ ସେବାୟତ ବୋର୍ଡର ଟ୍ରଷ୍ଟୀ ଗୋପିନାଥ ମହାପାତ୍ର ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes