ବୃକ୍ଷର ସୁରକ୍ଷା ପାଇଁ ମହିଳାଙ୍କ ଦାବିପତ୍ର

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ଗ୍ରାମ ଠାରୁ ହାତିଲିମୁଣ୍ଡା ଯାଇଥିବା ରାସ୍ତାର ଉଭୟ ପାର୍ଶ୍ବରେ କିଛି ବର୍ଷ ଆଗରୁ ଜଙ୍ଗଲ ବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା । ବୃକ୍ଷଗୁଡ଼ିକ ବଡ ହେବାପରେ ଏବେ ଏହା ଉପରେ କାଠ ମାଫିଆ ଓ ଅସାଧୁ ଲୋକଙ୍କ ନଜର ପଡ଼ିଛି। ଏ ନେଇ ହାତିଲିମୁଣ୍ଡା ଗ୍ରାମର ଶତାଧିକ ସଂଖ୍ୟାର ମହିଳା ସ୍ଥାନୀୟ ତହସିଲ କାର୍ଯ୍ୟାଳୟକୁ ଆସି ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ଅସାଧୁ ଓ ମାଫିଆମାନେ ଶାଳ, ପିଆଶାଳ,ଶିଶୁ, ସାବୁନ, ଲିମ୍ବ ଓ ବାଉଁଶ ଆଦି ମୂଲ୍ୟବାନ ଗଛଗୁଡ଼ିକ କାଟି ନେଉଛନ୍ତି । ଏଣୁ ଏହାର ବିହିତ ତଦନ୍ତ ପୂର୍ବକ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ବୃକ୍ଷଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ମହିଳାମାନେ ନିବେଦନ କରିଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଡିଏଫଓଙ୍କୁ ମଧ୍ୟ ପତ୍ର ପ୍ରେରଣ କରିଥିବା ଜଣାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes