ବୀରମହାରାଜପୁର ହାଇସ୍କୁଲର ବାର୍ଷିକ ଉତ୍ସବ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ତଥା ଭାଷା, ସାହିତ୍ୟ ଓ ସୃଜନଶୀଲତା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ଏଥିରେ ଅଧ୍ୟକ୍ଷତାରେ କରିଥିବାବେଳେ ସୋନପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ତରୁଣ କୁମାର ମିଶ୍ର ମୁଖ୍ୟଅତିଥି ଓ ଓଡ଼ିଆ ବିଭାଗର ମୁଖ୍ୟ ଡ. ସୌରଭରଞ୍ଜନ ଖମାରୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।

ଏଥିରେ ସ୍ଵତନ୍ତ୍ର ଅତିଥି ଭାବେ ବ୍ୟଙ୍ଗ କବି ରସରାଜ ଅଚ୍ୟୁତ ପୁରୋହିତ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ଶାଶ୍ଵତ ତ୍ରିପାଠୀ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes