ବୀରମହାରାଜପୁର ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାଟିକା ବିଭାଗରେ ଆଜି ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗନୱାଡ଼ି କର୍ମୀ ସୁଶ୍ରୀ ସ୍ମିତା କର୍ଣ୍ଣ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁର ପ୍ରାଥମିକ ଯତ୍ନ ସହିତ ଶିଶୁର ମନସ୍ତତ୍ତ୍ୱ ସଂପର୍କରେ ଅଭିଭାବିକାମାନଙ୍କ ସହ ଆଲୋଚନା କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ଦ୍ବିତୀକୃଷ୍ଣ ପଣ୍ଡା, ସମ୍ପାଦକ ରାଜେନ୍ଦ୍ର ପ୍ରଧାନ, ଯୁଗ୍ମସମ୍ପାଦକ ପ୍ରଦୀପ ସ୍ୱାଇଁ, ସଦସ୍ୟା ସୁଜାତା ପ୍ରଧାନ ପ୍ରମୁଖ ଉଦବୋଧନ ଦେଇଥିଲେ । ଆଚାର୍ଯ୍ୟା ନମିତା କର ସଭା ସଂଯୋଜନା କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ ଜନକରାମ ପଟେଲ ସ୍ବାଗତ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes