ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟକୁ ୫-ଟି ଅଧୀନରେ ରୂପାନ୍ତରିକରଣ ସକାଶେ ଏକ କୋଟି ଟଙ୍କାର ଅନୁଦାନ ମଞ୍ଜୁରୀ ହୋଇଛି । ଶୁକ୍ରବାର ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଏହାର କାର୍ଯ୍ୟନ୍ୱୟନ ପୂର୍ବରୁ କଲେଜ ପରିଦର୍ଶନ କରିଥିବା ଜଣାଯାଇଛି ।
ଏହି ଅବସରରେ ସେ କଲେଜ ପରିସର ବୁଲି ଦେଖିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ଅନୁଦାନରୁ ମହାବିଦ୍ୟାଳୟରେ ଉଭୟ +୨ ଓ +୩ ବିଭାଗ ପାଇଁ ୪ ଗୋଟି ସ୍ମାର୍ଟ ଶ୍ରେଣୀ ଗୃହ, ୨ ଗୋଟି ବିଜ୍ଞାନ ଲାବରୋଟରୀ, ଛାତ୍ରଛାତ୍ରୀଙ୍କ ପାଇଁ ୪ ଗୋଟି ଶୌଚାଳୟ, ଦୁଇଗୋଟି ଇ-ଲାଇବ୍ରେରି ଏବଂ ୨ ଗୋଟି ପାନୀୟ ଜଳର ବ୍ୟବସ୍ଥା କରାଯିବ ବୋଲି ଜଣାଯାଇଛି ।