ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବୀରମହାରାଜପୁର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅନ୍ୟା ଦାସ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଶିବିରରେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ସମ୍ପର୍କିତ ସର୍ବମୋଟ ୮୮ ଗୋଟି ପଞ୍ଜିକୃତ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରୁ ୭୮ଟି ଦରଖାସ୍ତ ବ୍ୟକ୍ତିଗତ ଓ ୧୦ଟି ସାମୁହିକ ଥିବା ଜଣାଯାଇଛି । ଗୋଟିଏ ଦରଖାସ୍ତ ରେଡକ୍ରସ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ସମ୍ପର୍କିତ ଥିବା ଜଣାଯାଇଛି ।