ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଆଜି ସ୍ଵଭାଵ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ ତଥା ଆଧ୍ୟାତ୍ମିକ ପ୍ରବଚକ କୃଷ୍ଣଚନ୍ଦ୍ର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବିଙ୍କ ତପସ୍ୱିନୀ କାବ୍ୟରେ ପ୍ରକୃତି କିପରି ଜୀବନ୍ତ ହୋଇ ଉଠିଛି ବର୍ଣ୍ଣନା କରିଥିଲେ । ଏଥିସହ କବିଙ୍କ କାବ୍ୟ ଇନ୍ଦୁମତୀ, କିଚକ ବଧ ଓ ପ୍ରଣୟ ବଲ୍ଲରୀ ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟର ଛାତ୍ରମାନଙ୍କ ସହ ଶିକ୍ଷକ ସଦାନନ୍ଦ ପଣ୍ଡା, ବୈକୁଣ୍ଠ ନାୟକ ପ୍ରମୁଖ ଗଙ୍ଗାଧରଙ୍କ ଜୀବନୀ ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।