ବୀରମହାରାଜପୁର ଉପକାରାଗାରରେ ଯୋଗ ପ୍ରଶିକ୍ଷଣ ଶିବିର

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପକାରାଗାର ଠାରେ ଏକ ଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। କାରାପାଳ କାଳିନ୍ଦୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ହରିଦ୍ଵାର ପତଞ୍ଜଳି ଯୋଗପୀଠର ଆଜୀବନ ସଭ୍ୟ ଯୋଗବିଦ୍ ଗୋରେଖନାଥ ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ ବୈଜ୍ଞାନିକ ଉପାୟରେ କିପରି ମନକୁ ପରିବର୍ତ୍ତନ କରି ଜଣେ ବ୍ୟକ୍ତିତ୍ବର ବିକାଶ କରିପାରିବ ସେ ସଂପର୍କରେ ଅନ୍ତେବାସୀମାନଙ୍କୁ ମାର୍ଗଦର୍ଶନ କରାଯାଇଥିଲା। ଏଥିସହ କାରାଗାରରେ ଥିବା ବନ୍ଦୀମାନେ ମୁକ୍ତ ହେଲାପରେ କିପରି ଏକ ସୁସ୍ଥ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜୀବନ ଜିଇଁବାକୁ ସକ୍ଷମ ହେବେ ସେଥିପାଇଁ ସେମାନଙ୍କୁ ଯୋଗ ମାଧ୍ୟମରେ ଜ୍ଞାନ ବିଜ୍ଞାନର ପଥ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଥିଲା। ଶିବିରରେ ମୋଟ ୩୪ ଜଣ ଶିବିରାର୍ଥୀ ଯୋଗ ଦେଇଥିଲେ। ସହକାରୀ କାରାପାଳ ତପନ ପଧାନ,ମୁଖ୍ୟ କାରାରକ୍ଷୀ ପ୍ରକାଶ ଖମାରୀ, କାରାରକ୍ଷୀ ତାପସ ରଞ୍ଜନ ମିଶ୍ର, ଦିବ୍ୟ କୁମାର ଏବଂ ଗୌରବ କୁମାର ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes