ବୀରମହାରାଜପୁରରେ ୧୪ ଖଣ୍ଡ ଗ୍ରାମ ବନ୍ୟା ପ୍ରଭାବିତ

ଲଗାଣ ବର୍ଷା ଓ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ଯୋଗୁଁ ଆଜି ସୁଦ୍ଧା ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ପିତାମହୁଲ ପଞ୍ଚାୟତ ର ୨ ଗୋଟି ଗ୍ରାମ, ଜଟେସିଂହା ପଞ୍ଚାୟତର ୨ ଗୋଟି ଗ୍ରାମ, ଉଫୁଲା ପଞ୍ଚାୟତର ୧ ଗୋଟି ଗ୍ରାମ , ବାଗବର ପଞ୍ଚାୟତର ୫ ଗୋଟି ଗ୍ରାମ ବନ୍ୟା ଜଳରେ ପ୍ରବାହିତ ହୋଇଛନ୍ତି।

ପ୍ରଶାସନ ପକ୍ଷରୁ ସମସ୍ତ ପ୍ରଭାବିତମାନଙ୍କୁ ଶୁଖିଲା ଖାଦ୍ୟ ଓ ଆଶ୍ରୟସ୍ଥଳୀ ରେ ରହୁଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes