ବିିଦେଶ ମାଟିରେ ଓଡିଆ ଖେଳାଳୀଙ୍କ ବାଜିମାତ ୩ ସ୍ୱର୍ଣ୍ଣ ଓ ୬ ବ୍ରୋଞ୍ଜ ପଦକ ହାସଲ

ଥାଇଲାଣ୍ଡରେ ଅନୁଷ୍ଠିତ ଷଷ୍ଠ ହିରୋସ ତାଇକୋଣ୍ଡୋ ଚମ୍ପିଆନସିପରେ ୨୨ ଜଣିଆ ଭାରତୀୟ ଟିମ ସହ ସାମିଲ ହୋଇଥିଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଏହେସାସ ତାଇକୋଣ୍ଡୋ ଏକାଡେମୀର ୮ ଜଣ ଖେଳାଳୀ । ସେମାନଙ୍କ ମଧ୍ୟରୁ ୫୯ କେଜି ବର୍ଗରେ ଅନ୍ୱେଷ ହୋତାଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବାବେଳେ ୮୦ କେଜିରୁ ଉର୍ଦ୍ଧ୍ୱ ମହିଳା ବର୍ଗରେ ପ୍ରିୟଦର୍ଶିନୀ କରଙ୍କୁ କୌରଗୀ ବିଭାଗରେ ସ୍ୱର୍ଣ୍ଣ ଏବଂ ପୁମସେରେ ବ୍ରୋଞ୍ଜ, ୬୭ କେଜି ମହିଳା ବର୍ଗରେ ହରିପ୍ରୀୟା ମିଶ୍ରଙ୍କୁ ସ୍ୱର୍ଣ୍ଣ, ୭୮ କେଜି ପୁରୁଷ ବର୍ଗରେ କୁମାରକାଶ୍ୟପ ଷଡ଼ଙ୍ଗୀଙ୍କୁ ବ୍ରୋଞ୍ଜ, ୮୦ କେଜି ପୁରୁଷ ବର୍ଗରେ ବିଶ୍ୱରଂଜନ ସାହୁଙ୍କୁ ବ୍ରୋଞ୍ଜ, ୫୮ କେଜି ପୁରୁଷ ବର୍ଗରେ ମନିଷ ମହାନ୍ତିଙ୍କୁ ବ୍ରୋଞ୍ଜ, ୪୮ କେଜି ପୁରୁଷ ବର୍ଗରେ କ୍ରିଶ୍ କୁଦେଇଙ୍କୁ ବ୍ରୋଞ୍ଜ ଏବଂ ୨୯ କେଜି ମହିଳା ବର୍ଗରେ ରାଜଲକ୍ଷ୍ମୀ ସାହୁଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବା ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes