ବିଶ୍ୱ ମାନବିକ ଅଧିକାର ଦିବସ ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ବ୍ଲକ କେଞ୍ଝରିଆପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରେଆର ସୋନପୁର ତରଫରୁ ବିଶ୍ୱ ମାନବିକ ଅଧିକାର ଦିବସ ପାଳନ କରାଯାଇଛି l

ମୁଖ୍ୟ ଅତିଥି ଭାବରେ ମହିଳା ମହାସଂଘ ସଭାନେତ୍ରୀ ଅଞ୍ଜଳି କର୍ଣ୍ଣ, ସମ୍ପାଦିକା କୌଶଲ୍ୟା ଆଡ଼ଯୁଆଡ଼ି, କାର୍ଯ୍ୟ ନିର୍ବାହୀ ସଭ୍ୟା ସଂଯୁକ୍ତା ପାଢ଼ୀ, ଏମ ବି କେ ଗୀତାଞ୍ଜଳି ଜେନା ଯୋଗ ଦେଇଥିଲେ l ରେଆର କାର୍ଯ୍ୟକ୍ରମ ସଂଯୋଜକ ବିଶ୍ୱମ୍ବର ସାହୁ ସ୍ୱାଗତ କରିବା ସହ ଆଜି ଦିବସ ର ତାତ୍ପର୍ଯ୍ୟ ବିଷୟରେ ଉପସ୍ଥାପନା କରିଥିଲେ l ସଂଗଠନର କର୍ମୀ ସୁଦାମ ଗାଇଗରିଆ ମାନବିକ ଅଧିକାର ଉଲଂଘନ ହେଲେ କିପରି ରାଜ୍ୟ ତଥା ଜାତୀୟ ସ୍ତରରେ ମାନବିକ ଅଧିକାର କମିଶନ ନିକଟରେ ଅଭିଯୋଗ କରାଯିବ ଏବଂ କମିଶନଙ୍କ କାର୍ଯ୍ୟପଦ୍ଧତି ବିଷୟରେ ଆଲୋଚନା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes