କେନ୍ଦୁଝର ଜିଲ୍ଲାର ସବୁଜ ମଣିଷ ରମେଶ ଚାନ୍ଦ ମିଶ୍ରଙ୍କୁ ପ୍ରେରଣା ଇଣ୍ଟର ନ୍ୟାସନାଲ ଗ୍ରୀନ ଆର୍ମି ପକ୍ଷରୁ ବିଶ୍ଵ ପରିବେଶ ଦିବସ ରେ ପୁରସ୍କୃତ କରାଯାଇଛି। ନିଜର ପେନସନ ଟଙ୍କାରେ
ହରିଚନ୍ଦନପୁରବ୍ଲକ ଜଂଘିରା ଠାରେ ନର୍ସରୀ କରିବା ସହ ପରିବେଶର ସୁରକ୍ଷା ପାଇଁ ବନୀ କାରଣ କରିବା ସହ ସଚେତନତାର ବାର୍ତା ବାଣ୍ଟି ଆସୁଛନ୍ତି।ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୦ ଲକ୍ଷ ଚାରା ମାଗଣା ରେ ବଣ୍ଟନ କରିଛନ୍ତି। ବ୍ୟାଙ୍କ କର୍ମଚାରୀରୁ ଅବସର ନେଇ ଶ୍ରୀମିଶ୍ର ନିଜକୁ ପରିବେଶର ସୁରକ୍ଷାରେ ବିତାଉଛନ୍ତି। ତାଙ୍କୁ ଏହି ଅବସରରେ ସମ୍ମାନ ସହିତ ଏକ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି ।
