ଭୁବନେଶ୍ୱର ବାଣୀବିହାର କ୍ୟାମ୍ପସ୍ରେ ଅଣଛାତ୍ରଙ୍କ ପ୍ରବେଶ ଘଟଣାରେ ବିଶ୍ବବିଦ୍ୟାଳୟ ସହ ଜଡ଼ିତ ନ ଥିବା କୌଣସି ବ୍ୟକ୍ତିଙ୍କୁ ନ ଛାଡ଼ିବାକୁ କୁଳପତିଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଶୈଖିକ ବାତାବରଣ ରଖୁ ନଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବସ୍ତି ବାସିନ୍ଦା ହୋଇଥିଲେ ବି ତାଙ୍କ ପାଇଁ ସମାନ ନିୟମ, ସରକାର ସବୁ ବେଳେ ଛାତ୍ରଛାତ୍ରୀଙ୍କ ସପକ୍ଷରେ ଏଵଂ ସୁରକ୍ଷାରେ କହିଛନ୍ତି ମନ୍ତ୍ରୀ।