ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ନୋଡାଲ ବିଦ୍ୟାଳୟ ପରିସରରେ ଯୋଗାଭ୍ୟାସ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଯୁବଗୋଷ୍ଠି, ଜନପ୍ରତିନିଧି ଜିଲ୍ଲା ପରିଷଦ ସଭ୍ୟା ବିନ୍ଦୁସ୍ମିତା ଦେଓ, ୱାର୍ଡ ସଭ୍ୟା ଦିପ୍ତିମୟୀ ରାଜ ପ୍ରମୁଖ ସାମିଲ ହୋଇ ଯୋଗାଭ୍ୟାସ କରିଥିଲେ। ଯୋଗ ପ୍ରଶିକ୍ଷକ ବଂଶୀଧର ଦାସଙ୍କ ଦ୍ଵାରା ପ୍ରଶିକ୍ଷଣ ଦିଆଯିବା ସହ ଏହାର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ।