ବିଭାଗ ଆକ୍ସନ ନେବା ଭୟରେ ହାତୀକୁ ୩୨ ଖଣ୍ଡ

ବାଲିଗୁଡ଼ା ବେଲଘର ହାତୀ ମୃତ୍ୟୁ ଓ କାଟିବା ଘଟଣାରେ ବ୍ରହ୍ମପୁର RCCF କହିଛନ୍ତି, ହାତୀକୁ ୩୨ ଖଣ୍ଡ କଟାଯାଇଥିଲା। ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ଘଟିବା ପରେ ନିଲମ୍ବିତ ଡେପୁଟି ରେଞ୍ଜର ହାତୀକୁ କାଟିବା ଯୋଜନା କରିଥିଲା।

ବିଭାଗ ଆକ୍ସନ ନେବା ଭୟରେ ଏଭଳି କାଣ୍ଡ ଭିଆଇ ଥିଲେ ଡେପୁଟି ରେଞ୍ଜର। ହାତୀକୁ କାଟିବାରେ ସାମିଲ୍‌ ୮ଜଣ ସ୍କ୍ୱାଡ୍‌ଙ୍କୁ ୩୫୩ରେ ନୋଟିସ୍‌ ହୋଇଛି। ନିଲମ୍ବିତ ଡେପଟି ରେଞ୍ଜର ବିନୟ ବିଶି ଫେରାର ଅଛନ୍ତି ଏବଂ ଡ୍ରାଇଭର ହୃଷିକେଶ ପଣ୍ଡାଙ୍କୁ କୋର୍ଟ ଚାଲାଣ ସହ ୩ ଗାଡ଼ି ଜବତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes