୫୦୦ ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ୨ ହଜାର କୋଟି ସହାୟତା ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି ବିକାଶ ପାଇଁ ୮୩୬୩ କୋଟି ଦାବି କରିବା ସହ ବିପର୍ଯ୍ୟୟ ଆଗୁଆ ସତର୍କ ସୂଚନା ଆଧୁନିକୀକରଣ ପାଇଁ ୨୦୦ କୋଟି, ସମୁଦ୍ର କୂଳ ଖାଉଥିବା ଅଞ୍ଚଳର ସୁରକ୍ଷା ପାଇଁ କେନ୍ଦ୍ର ଯୋଜନାରେ ଅନୁଦାନ ଦାବି କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ନେଇ ଜାତୀୟ, ଆନ୍ତର୍ଜାତୀୟ ସହଯୋଗ ଲୋଡ଼ିଛନ୍ତି ମନ୍ତ୍ରୀ।