ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ ନଦୀ ଜଳସ୍ତର

ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ଏହି ସୂଚନା ଦେଇଛନ୍ତି। ଭଦ୍ରକର ଧାମନଗର, ବାଲେଶ୍ବରର ଚାନ୍ଦବାଲି ଓ ଯାଜପୁର ଜିଲ୍ଲାର ଦଶରଥପୁର ଅଞ୍ଚଳ ପ୍ରଭାବିତ ହେବ।

ଏନେଇ କ୍ଷେତ୍ର ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି। ଆସନ୍ତାକାଲି ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ଦେଖା ଦେବ। ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନାହିଁ, ବ୍ରାହ୍ମଣୀ ନଦୀରେ ଏଯାଏଁ ବନ୍ୟା ସ୍ଥିତି ଦେଖାଯାଇନି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes