ବିନିକାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ବିନିକା ବ୍ଳକ କାର୍ଯ୍ୟଳୟ ଠାରେ ଆଜି ସୋମବାର ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱନେଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।

ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆମ୍ବରେଶ ପଣ୍ଡାଙ୍କ ସମେତ ଜିଲ୍ଲା ଓ ବ୍ଳକ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ବ୍ଲକର ୧୬ଟି ପଞ୍ଚାୟତ ଓ ବିନିକା ଏନଏସିର ବିଭିନ୍ନ ୱାର୍ଡରୁ ଆସିଥିବା ସାଧାରଣ ଲୋକଙ୍କ ବ୍ୟକ୍ତିଗତ, ସାମୁହିକ ସମସ୍ୟା ଉପରେ ଅଧିକାରୀମାନେ ଅବଗତ ହୋଇ ତାର ସମାଧାନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes