ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ

ଭୁବନେଶ୍ୱରର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଜେପିର ବରିଷ୍ଠ ନେତା ବିଷ୍ଣୁ ସେଠୀଙ୍କର ଆଜି ଭୋର ସମୟରେ 61 ବର୍ଷ ବୟସରେ ପରଲୋକ ହୋଇଥିବା ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି l
ସେ ଧାମନଗରରୁ ବିଧାୟକ ଥିଲେ l 2000 ମସିହାରେ ସେ ପ୍ରଥମେ ଚାନ୍ଦବାଲିରୁ ବିଧାୟକ ହୋଇଥିଲେ l 2004, 2009 ଏବଂ 2014ରେ ସେ ନିର୍ବାଚନ ହାରିଥିବା ବେଳେ 2019ରେ ଧାମନଗରରୁ ବିଜୟୀ ହୋଇଥିଲେ l ସେ ବିଭିନ୍ନ ସମୟରେ ଦଳର ଏକାଧିକ ପଦବୀରେ ରହିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes