ବିଧାୟକଙ୍କ ଗିରଫଦାରୀକୁ ନେଇ ନେତାଙ୍କ ମଧ୍ୟରେ ଟୁଇଟର ଯୁଦ୍ଧ

ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗିରଫ ପରେ ଏହାକୁ ସମାଲୋଚନା କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟରରେ କହିଛନ୍ତି, ଅଫିସରଙ୍କ ତ୍ରୁଟି ନ ସୁଧାରି ବିରୋଧୀ ଦଳର ସ୍ୱର ଚାପିବାକୁ ଜନପ୍ରତିନିଧିଙ୍କୁ ଗିରଫ କରାଯିବା ଚିନ୍ତାର ବିଷୟ l

ଏହାର ଜବାବରେ ବିଜେଡ଼ି ବିଧାୟକ ପ୍ରଣବ ପ୍ରକାଶ ଦାଶ କହିଛନ୍ତି, ଓଡ଼ିଶାରେ ଆଇନର ଶାସନ ଚାଲିଛି l ଅତୀତରେ ଆଇନ ଭାଙ୍ଗିଥିବାରୁ ବିଜେଡିର ତିନି ଜଣ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ବିଜେପି ବିଧାୟକ କଣ ଆଇନରୁ ଉର୍ଦ୍ଧ୍ଵରେ କି? ବିଜେପି ନେତା ମୋହନ ମାଝୀ ଏହାର ଜବାବରେ ପ୍ରଣବଙ୍କୁ ପ୍ରଶ୍ନ କରିଛନ୍ତି, କେତେକ ଅଫିସରଙ୍କ ପ୍ରତି ବିଜେଡ଼ି ନେତାଙ୍କର ଏତେ ଦରଦ କାହିଁକି?

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes