ବିଧାନସଭା ଅଧିବେଶନ ପୂର୍ବରୁ କମିଶନରେଟ୍ ପୁଲିସ ସୁରକ୍ଷା ଯାଞ୍ଚ କରିଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ବିଧାନସଭା ଅଧିବେଶନ ଚାଲିବ ନେଇ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି।
୩୦ ପ୍ଲାଟୁନ୍ ଫୋର୍ସ ଓ ପ୍ରାୟ ୧୫୦ ଅଫିସର୍ ସୁରକ୍ଷା ଦାୟିତ୍ବରେ ରହିବେ।ଆଇନଶୃଙ୍ଖଳା ଦୃଷ୍ଟିରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।