କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜା ଗ୍ରାମର ଜଣେ ବ୍ୟକ୍ତି ରବିବାର ବିଳମ୍ବିତ ରାତ୍ରିରେ କଟକ ନୂଆ ବଜାରରେ ଥିବା ଭଡା ଘରେ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି।
ମୃତକ ଜଣକ ହେଉଛନ୍ତି ବାଇଦବଜା ଗ୍ରାମର ଜଗେଶ୍ୱର ମୁଣ୍ଡା(୨୫)। ରବିବାର ବିଳମ୍ବିତ ରାତ୍ରି କାମ ସାରି ବସାରେ ଆସି ବଲ ଜଳାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଥିଲେ। ତାଙ୍କୁ ତୁରନ୍ତ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋମବାର ପରିବାର ଲୋକେ ଶବ ଆଣିବା ପାଇଁ କଟକ ଯାଇଛନ୍ତି।