ବିଦ୍ୟୁତ ଆଘାତରେ ଜଣେ ମୃତ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେତାଙ୍ଗ ଗ୍ରାମରେ ରବିବାର ଘରର ଲୁହା କାବଟ ବନ୍ଦ କରୁଥିବା ସମୟରେରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ଘଟିଛି।

ମୃତକ ଜଣକ ହେଉଛନ୍ତି କେତାଙ୍ଗଗ୍ରାମର କବିବର ନାଏକ(୪୨) । ସୂଚନା ଅନୁଯାୟୀ, କବିବର ନିଜ ଘରର ଲୁହା କବାଟ ବନ୍ଦ କରୁଥିବା ସମୟରେ ଲୁହା କବାଟଟି ବିଦ୍ୟୁତ ସଂସ୍ପର୍ଶରେ ଆସିଥିବାରୁ ଘଟଣା ସ୍ଥଳରେ କବିବର ଗୁରୁତର ହୋଇଥିଲେ। ତାଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚାଇବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes