ସ୍ଥାନୀୟ ସାଂସ୍କୃତିକ ଭବନ ଠାରେ ସୋମବାର ଦିନ ବିଦ୍ୟୁତ ଲତା ବଳ ଚାରିଟି ଟ୍ରଷ୍ଟ ପକ୍ଷରୁ ବିଦ୍ୟୁତ୍ ଲତା ସ୍ମାରକୀ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଟ୍ରଷ୍ଟ ବୋର୍ଡର କୁଳମଣି ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋସ୍ୱାମୀ ଗୋଲାମ ଦେବତା, ସମ୍ମାନିତ ଅତିଥି ଭାବେ କେଇସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ନାୟକ, ପ୍ରଧାନ ଶିକ୍ଷୟତ୍ରୀ ତୃପ୍ତିମୟୀ ପାତ୍ର, ମୁଖ୍ୟ ବକ୍ତା ଭାବେ ଡ. ବିମ୍ବାଧର ବେହେରା ଯୋଗ ଦେଇଥିଲେ। ମେଧାବୀ ଛାତ୍ରିଛାତ୍ର ତଥା ମେଧାବୀ ଶିକ୍ଷୟତ୍ରୀ/ଶିକ୍ଷକମାନଙ୍କୁ ପୁରସ୍କୃତ କରାଯାଇଛି।