ବିଜେପି ତରଫରୁ କୁଶ ପୁତଳିକ ଦାହ

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କୁ ଅପମାନ ସୂଚକ ଶବ୍ଦ କହି କଂଗ୍ରେସର ପ୍ରବକ୍ତା ଅଜୟ କୁମାର ଆଦିବାସୀ ଏବଂ ଓଡିଶା ବାସୀଙ୍କୁ ଅପମାନିତ କରିଛନ୍ତି ଏବଂ କଂଗ୍ରେସର ଆଦିବାସୀ ଓ ମହିଳା ବିରୋଧୀ ମାନସିକତାକୁ ବିରୋଧ କରି ଆଜି ଅପରାହ୍ନରେ ଉଦଳା ଭାରତୀୟ ଜନତା ପାର୍ଟି ତରଫରୁ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ପ୍ରବକ୍ତା ଅଜୟ କୁମାରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।

ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ନିହାର ରଞ୍ଜନ ମୋଦି, ବରିଷ୍ଠ ନେତା କମଳ କୁମାର ଧଳ, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ହିମାଂଶୁ ପଟ୍ଟନାୟକ, ନଗର ସଭାପତି ଧୀରେନ୍ଦ୍ର ଖଣ୍ଡେଲୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version