ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଘମାରି ନିବାସୀ ତଥା ବରିଷ୍ଠ କଂଗ୍ରେସ ନେତା ସ୍ବର୍ଗତ ଭୁବନେଶ୍ୱର ମିଶ୍ରଙ୍କ ପୁତ୍ର ଚମ୍ପେଶ୍ଵର ମିଶ୍ର ବିଜେପି ଦଳରେ ଯୋଗ ଦେଇଥିବା ଜଣାପଡିଛି । ସେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା, ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶ, ସାଂସଦଙ୍କ ପ୍ରତିନିଧି ନଳିନୀ ପଣ୍ଡା, ବିଧାୟକଙ୍କ ପ୍ରତିନିଧି ବିଶ୍ଵାମିତ୍ର ଜଗଦଲା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ପ୍ରମୁଖଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିବା ଜଣାଯାଇଛି । ସେ ପୂର୍ବରୁ ଜିଲ୍ଲା ବିଜେଡି ବିଜେଡି ସମ୍ପାଦକ ପଦରେ କାର୍ଯ୍ୟ କରିଥିଲେ ।