ବିଜୁଙ୍କ ଶ୍ରାଦ୍ଧ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶା ମାଟିର ଗୌରବ ଓ ଦେଶର ସମ୍ମାନ ପାଇଁ ବିଜୁବାବୁ ସର୍ବଦା ଲଢ଼ୁଥିଲେ, ଓଡ଼ିଶାର ସ୍ୱାଭିମାନ ଏବଂ ସମ୍ମାନ ପାଇଁ ସେ କେବେ ସାଲିସ କରିନଥିଲେ। ଓଡ଼ିଶାକୁ ସମୃଦ୍ଧ କରିବାକୁ ସ୍ବପ୍ନ ଦେଖିଥିଲେ ବିଜୁ ପଟ୍ଟନାୟକ, ଓଡ଼ିଶା ଅସ୍ମିତା ବିଶ୍ୱ ଦରବାରରେ ପରିଚିତ କରାଇବା ତାଙ୍କ ସ୍ବପ୍ନ ଅଧୁରା ରହିଯାଇଛି, ସେହି ସପ୍ନକୁ ପୂରା କରିବାକୁ ଆମ ସରକାର ସଂକଳ୍ପ ନେଇଛନ୍ତି, ଆଗାମୀ ଦିନରେ ଓଡ଼ିଆ ସ୍ୱାଭିମାନ ବିଶ୍ୱ ଦରବାରରେ ପହଞ୍ଚିବ କହିଛନ୍ତି ମୁଖ୍ୟମନ୍ତ୍ରୀ।