ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସମ୍ମିଳନୀ କକ୍ଷରେ ପଂଚାୟତ ସମିତି ତଥା ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ତରଫରୁ ଆଜି ବାଲ୍ୟ ବିବାହ ମୁକ୍ତ ପଂଚାୟତ ସମ୍ପର୍କିତ ଏକଦିବସୟ ତାଲିମ୍ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜି ପି ଡି ଓ ଶରତ ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମର ଉଦେଶ୍ୟ ବିଷୟରେ ଉପସ୍ଥାପନା କରିଥିଲେ।
ଏଥିରେ ଶିଶୁ ଅଧିକାର, ଶିଶୁ ସୁରକ୍ଷା, ଶିଶୁମାନଙ୍କ ପାଇଁ ଥିବା ଆଇନ, ଲିଙ୍ଗଗତ ଭେଦଭାବ, ବାଲ୍ୟବିବାହ ବିଷୟରେ ଆଲୋଚନା କରାଯାଇଥିଲା। ତାଲିମଦାତା ଭାବେ ରାଜେନ୍ଦ୍ର ଝାଙ୍କର, କୁବେର ହରିପାଳ ନୀଳାମ୍ବର ପଣ୍ଡା ସୁଦାମ ଗାଈଗରିଆ ଯୋଗ ଦେଇଥିଲେ।