ଡିଜିପି ୱାଇ.ବି. ଖୁରାନିଆ ଓ ଡିସିପି ଜଗମୋହନ ମୀନା ପହଞ୍ଚି ତଦନ୍ତ କରୁଛନ୍ତି। ଡିଜିପି ଓ ଡିସିପିଙ୍କ ସହ ଘଟଣାସ୍ଥଳରେ ବାଲିଅନ୍ତା ଥାନା ପୋଲିସ୍ ଉପସ୍ଥିତ ଅଛି।
ଅନ୍ୟପଟେ ବାଲିଅନ୍ତାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ପହଞ୍ଚି ପୀଡ଼ିତାଙ୍କ ସାଙ୍ଗଙ୍କ ବୟାନ ରେକର୍ଡ କରିଛନ୍ତି। ଦୁଇ ପୀଡ଼ିତା ସୁସ୍ଥ ଅଛନ୍ତି, ନିରପେକ୍ଷ ତଦନ୍ତ ହେବ କହିଲେ ଅଧ୍ୟକ୍ଷା।