ପ୍ରେସମିଟ୍ରେ ଏ ନେଇ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଆଇଜି ବି ଗଙ୍ଗାଧର। ସେ କହିଛନ୍ତି, ଆଜି ଧରାପଡ଼ିଥିବା ବ୍ୟକ୍ତି ମୁଣ୍ଡକୁ ପିଟିବା ପ୍ରମାଣ ମିଳିଛି, କାହାରିକୁ ଛାଡ଼ିବୁ ନାହୁଁ, ସମସ୍ତଙ୍କୁ ଗିରଫ କରାଯିବ। ପୋଷ୍ଟମର୍ଟମ ରିପୋର୍ଟରୁ ବ୍ରେନ୍ରେ ଆଘାତ ଯୋଗୁଁ ମୃତ୍ୟୁ ସ୍ପଷ୍ଟ ହୋଇଛି। ଏଥିସହ ସୌମ୍ୟଙ୍କର ଶରୀରର ଅନ୍ୟ ଭାଗରେ ମଧ୍ୟ ଆଘାତ ଲାଗିଛି, ଏହା ଏକ ସମ୍ବେଦନଶୀଳ ହତ୍ୟାକାଣ୍ଡ, ସେଥିପାଇଁ ଅଭିଯୁକ୍ତ ଲୁଚି ଯାଇଛନ୍ତି।ସୌମ୍ୟଙ୍କ ସାଙ୍ଗ ଭୂମିକା ମଧ୍ୟ ଏବେ ତଦନ୍ତ ପରିସରଭୁକ୍ତ ରହିଛି, ଯେଉଁ ଯୁବତୀଙ୍କ କଥା ପଦାକୁ ଆସିଛି, ସୌମ୍ୟଙ୍କ ସହ ତାଙ୍କର ପରିଚୟ ନ ଥିଲା। ଭିଡ଼ ହିଂସାର ସ୍ବତନ୍ତ୍ର ଧାରା ରହିଛି, ପରେ ବି ଲଗାଯାଇ ପାରିବ କହିଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି।