ବାଲିଅନ୍ତା ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଡିଆଇଜି କହିଛନ୍ତି, ତଦନ୍ତ ପାଇଁ ୧୦ ଅଫିସର୍ଙ୍କୁ ନେଇ ୨ଟି ଟିମ୍ ଗଠନ କରାଯାଇଛି। ଗୋଟିଏ ଟିମ୍ ବାଲିଅନ୍ତା ଥାନା, ଆଉ ଗୋଟିଏ ଟିମ୍ ଘଟଣାସ୍ଥଳକୁ ଯିବ, ତଦନ୍ତରେ ସାଇଣ୍ଟିଫିକ ଓ ସାଇବର ଟିମ୍, ଡଗ୍ ସ୍କ୍ବାଡ୍ ସାମିଲ କରାଯାଇଛି।ଦୁଷ୍କର୍ମ, ହତ୍ୟା, ପୋଲିସର ଅବହେଳାକୁ ନେଇ ତଦନ୍ତ କରାଯିବ, ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବୁ କହିଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି।