ସର୍ବଭାରତୀୟ ସ୍ତରରେ ବାର୍ଷିକ ଫଳ ଉତ୍ପାଦନରେ ଓଡ଼ିଶାର ସ୍ଥାନ ୧୧ ନଂରେ ଥିବା ନେଇ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଉତ୍ତର ରଖିଛନ୍ତି।
ରାଜ୍ୟରେ ୭୯୧୯ ଉଦ୍ୟୋଗୀ ବ୍ୟବସାୟିକ ଦୃଷ୍ଟିରୁ ଫଳ, ଫୁଲ ଚାଷ କରୁଛନ୍ତି। ସେମାନଙ୍କ ବାର୍ଷିକ ଆୟ ୧୦ ହଜାର ୪୧୬ ଲକ୍ଷ ୯୧ ହଜାର ଟଙ୍କା। ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାରେ ୨୭.୧୮ ଲକ୍ଷ ଫଳ ଉତ୍ପାଦନ। ପୁରୀରେ ସର୍ବାଧିକ ୫୮୬ ଜଣ ଉଦ୍ୟୋଗୀ ଫଳ ଚାଷ କରୁଛନ୍ତି ଏବଂ ସମ୍ବଲପୁର ଓ ସୁନ୍ଦରଗଡ଼ରେ ୧୧୫ ଉଦ୍ୟୋଗୀ ଫୁଲ ଚାଷ କରୁଛନ୍ତି।