ଗତ କାଲି ବାରିପଦାରେ ଦିନ ପ୍ରାୟ ଗୋଟାଏ ବେଳେ ପ୍ରବଳ ବର୍ଷା ସାଙ୍ଗକୁ ଘନଘନ ଘଡଘଡି ପରେ ବିଜୁଳି କାଟ ହୋଇଥିଲା। ତେବେ ଦୀର୍ଘ ସମୟ ବିତିଯାଥିଲେ ମଧ୍ୟ ବିଜୁଳି ସରବରାହ ସ୍ୱାଭାବିକ ହୋଇ ପାରିନଥିଲା।
ଫଳରେ ପିଆରଏମ ମେଡିକାଲ କଲେଜରେ ୱାର୍ଡରେ ଅନ୍ଧାର ଘେରରେ ଥିବା ଦେଖିବାକୁ ମିଳିଥିଲା। ସେହି ଅନ୍ଧାର ମଧ୍ୟରେ ମୋବାଇଲ୍ ଲାଇଟରେ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଜାରି ରଖିଥିଲେ ରୋଗୀ ସେବା। ବାରମ୍ବାର ସମସ୍ୟା ନେଇ ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନଥିବା ରୋଗୀ ସ୍ୱରୂପ କୁମାର ବାରିକ ଓ ରୋଗୀଙ୍କ ସମ୍ପର୍କୀୟ ଛବିରାଣୀ ପଣ୍ଡା ଅଭିଯୋଗ କରିଛନ୍ତି।