ଗଞ୍ଜେଇ ଚୋରାଚାଲାଣ ବେଳେ ବାରିପଦା ଟାଉନ ଥାନା ପୁଲିସ ୮କେଜି ୮୨୦ଗ୍ରାମ ଗଞ୍ଜେଇ ଜବତ କରିବା ସହ ୩ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତ ମାନେ ହେଲେ ରାଧାକୃଷ୍ଣ ଦାସ , ଗିରିଷ ଚନ୍ଦ୍ର ବାରିକ ଓ ବରେନ ଦତ୍ତ। ଏମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏନେଇ ବାରିପଦା ଟାଉନ ପୁଲିସ ୩୭୭/୨୨ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରୀ ରଖିଛି। ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି କହିଛନ୍ତି ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି।