ବାଇକକୁ ଧକ୍କା ଦେଲା ଅଟୋ; ଜଣେ ମୃତ ୨ ଆହତ

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ଖୁଣ୍ଟା – ବାରିପଦା ରାଜପଥର କେନାଇ ଛକ ଠାରେ ଆଜି ବାଇକକୁ ପଛ ପଟୁ ଏକ ଅଟୋ ଧକ୍କା ଦେବା ଫଳରେ ବାଇକରେ ଥିବା ବଡ଼ ସାତଶୂଳ ଗ୍ରାମର କାର୍ମୀ ହାଁସଦାଙ୍କର ମୃତ୍ୟୁ ଘଟିଛି ।

ତେବେ ବାଇକରେ ଥିବା ମୃତକଙ୍କ ସ୍ଵାମୀ ଅନ୍ୟ ଜଣେ ମହିଳା ଆହତ ହୋଇ ଖୁଣ୍ଟା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଗୁଡ଼ିକୁ ପୋଲିସ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes