ବଶିଷ୍ଠ ନାଗରିକଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଆଜି ଖଣ୍ଡହତା ବଶିଷ୍ଠ ନାଗରିକ ସଙ୍ଘ ଆନୁକୁଲ୍ୟରେ ବରିଷ୍ଠ ନାଗରିକଙ୍କ ବ୍ଲକସ୍ତରୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସୁବଳୟା ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୀରମହାରାଜପୁର, ସୁବଳୟା ଓ ଖଣ୍ଡହତାର ସଭ୍ୟସଭ୍ୟାମାନେ ଯୋଗ ଦେଇଥିଲେ । ଖଣ୍ଡହତା ସଙ୍ଘର ସଭାପତି ବ୍ରଜଗୋପାଳ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସୁବଳୟା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଭୋଲାନଥ କର୍ମୀ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ସ୍କୁଲ ଏସ ଆଇ କୃଷ୍ଣଚନ୍ଦ୍ର ପାଢ଼ୀ ମୁଖ୍ୟବକ୍ତା ଓ ଦୟାନିଧି ହୋତା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବରିଷ୍ଠ ସଦସ୍ୟ ଅନ୍ତର୍ଯ୍ୟାମୀ ରଥ, ଆଇନଜୀବି ନନ୍ଦିକିଶୋର ମିଶ୍ର, ଜ୍ଞାନେନ୍ଦ୍ର ତ୍ରିପାଠୀ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes