ବଲାଙ୍ଗୀର ଆର୍‌ଟିଓ ଅଫିସ ଛକ ନିକଟରେ ସିରିଜ୍‌ ଦୁର୍ଘଟଣା

ବଲାଙ୍ଗୀର ଜିଲ୍ଲା ଆର ଟି ଓ ଅଫିସ ଛକ ଠାରେ ସିରିଜ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି ବେଳେ ଦୁଇ ଜଣ ଆହତ ହୋଇଛନ୍ତି ।

ମୃତକ ହେଲେ ବରଗଡ଼ର ଶ୍ରୀକାନ୍ତ ବାଗ । ଅନ୍ୟ ଦୁଇ ଆହତ ଚିତ୍ତରଞ୍ଜନ ମହାନ୍ତି ଓ ସାଧୁ କୁମାର ନାଏକଙ୍କୁ ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରକ୍‌,ଇନୋଭା ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଏକ ଗାଈ ମଧ୍ୟ ଗୁରୁତର ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version