ବର୍ଷା ଋତୁରେ ନଦୀ ନାଳରେ ଜଳ ସ୍ତର ବୃଦ୍ଧି ପାଉଥିବାରୁ ମାଛ ଧରାଳି ତତ୍ପର ହୋଇ ପଡିଛନ୍ତି। ନଦୀ ନାଳରୁ ମାଛ ଧରି ରାସ୍ତା କଡ଼ରେ ବସି ବିକ୍ରି କରିଛନ୍ତି।
କାନଝରୀ ନଦୀ ଓ ଡ୍ୟାମରୁ ମାଛ ଧରି ଗୋପାଳପୁର ନିକଟରେ ଏନ୍ ଏଚ ୨୦ କଡ଼ରେ ବସି ବିକି ପରିବାର ଗୁଜୁରାଣ କରୁଛନ୍ତି। ଏଠାରେ ଛୋଟ ମାଛ ଭାଗ ଏକ ଶହ ଟଙ୍କା, ବଡ ମାଛ କିଲୋ ଦୁଇ ଶହ ଟଙ୍କାରେ ବିକ୍ରି ହେଉଛି।