୨୦୨୪-୨୫ ମଧ୍ୟରେ ୨ ଲକ୍ଷ ୮୧ ହଜାର ପରିବାରକୁ ପକ୍କା ଘର ମଞ୍ଜୁର କରାଯାଇଛି ଏବଂ ୩୦୬ ଭୂମିହୀନ ପରିବାରଙ୍କୁ ଜମି ପ୍ରଦାନ କରାଯାଇଛି ନେଇ ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି।
ଅନ୍ତ୍ୟୋଦ୍ୱୟ ଗୃହ ଯୋଜନରେ ଏବେ ସୁଦ୍ଧା ୧.୫୮ ଲକ୍ଷ ପରିବାରକୁ ପକ୍କାଘର ମିଳିଛି। PM ଆବାସ ଯୋଜନାରେ ୨୮ ଲକ୍ଷ ୭ ହଜାର ପରିବାରକୁ ମିଳିଛି ପକ୍କା ଘର। ଆବାସ ପ୍ଲସ ସର୍ଭେରେ ୩୭. ୮୯ ଲକ୍ଷ ପରିବାର ପକ୍କା ଘର ପାଇବାକୁ ଯୋଗ୍ୟ କହିଛନ୍ତି ମନ୍ତ୍ରୀ।