ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ବଲପୁରୀ ଦିନ୍ ପାଳିତ ହୋଇଯାଇଛି । ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ଡ.ପ୍ରଫୁଲ୍ଲ ରଥ ସଭାପତିତ୍ବ କରିଥିଲେ । କବି ଦ୍ବିତୀକୃଷ୍ଣ ପଣ୍ଡା ସଂଯୋଜନାରେ “ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସମ୍ବଲପୁରୀ ସାହିତ୍ୟକୁ ଅବଦାନ” ଶୀର୍ଷକ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।
ଏଥିରେ ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ ମୁଖ୍ୟ ଅତିଥି, ଦୟାନିଧି ହୋତା ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ । ସଦସ୍ୟ ଅକ୍ଷୟ ମିଶ୍ର ସ୍ବାଗତ ସମ୍ଭାଷଣ ଜଣାଇଥିଲେ ଓ ସୌମିତ୍ରୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। କବି ଲକ୍ଷ୍ମୀନାରାୟଣ ସାହୁଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହୋଇଥିଲା ।