ବରିଷ୍ଠ ନାଗରିକଙ୍କ ପକ୍ଷରୁ ଆଧ୍ୟାତ୍ମିକ ଚିନ୍ତନ ବୈଠକ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଦର ମହକୁମା ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଶନିବାର ଏକ ଆଧ୍ୟାତ୍ମିକ ଚିନ୍ତନ ବୈଠକ ସଭାପତି ଡ. ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଶିକ୍ଷାବିତ କୃଷ୍ଣଚନ୍ଦ୍ର ପାଢ଼ୀ ମୁଖ୍ୟ ଅତିଥି, ପୂର୍ବତନ ସଭାପତି ଭଗବାନ ମିଶ୍ର ମୁଖ୍ୟ ବକ୍ତା, ବୀରମହାରାଜପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଦୀନବନ୍ଧୁ ମେହେର ସ୍ବତନ୍ତ୍ର ଅତିଥି ଭାବେ ମଞ୍ଚାସୀନ ଥଲେ । ପବିତ୍ର ଶ୍ରାବଣ ମାସ ହେତୁ ପ୍ରତି ସୋମବାର କାର୍ଯ୍ୟାଳୟ ପରିସରରେ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସଂପାଦକ ସନ୍ତୋଷ ଷଡଙ୍ଗୀ ସଦସ୍ୟମାନଙ୍କୁ ସ୍ବାଗତ ଜଣେଇଥିବାବେଳେ ବଳରାମ କାଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ବିତୀକୃଷ୍ଣ ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଅକ୍ରୂର ଦନ୍ତା, ନାରାୟଣ ନାୟକ, ଯୁଗଳ ମିଶ୍ର, ଚମରା ମହାକୁର, ସତ୍ୟ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes