କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କାର୍ଯ୍ୟାଳୟ ପରିସରରେ ରବିବାର ପାଟଣା ଅଗ୍ନିଶମ ବିଭାଗ ତରଫରୁ ବାତ୍ୟା ଓ ବନ୍ୟା ବିପର୍ଯ୍ୟୟ ପରିଚାଳନା ସକାଶେ ମକ ଡ୍ରିଲ ପ୍ରଦର୍ଶିତ ହୋଇଛି।
ଆୟୋଜିତ କାର୍ଯ୍ୟକ୍ରମ ଷ୍ଟେସନ ମ୍ୟାନେଜର ମନୋରଞ୍ଜନ ମହାନ୍ତଙ୍କ ସଂଯୋଜନାରେ ପାଟଣା ବ୍ଲକ ଅଧକ୍ଷା ଶୁକାନ୍ତି ନାଏକ, ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ତହସିଲଦାର ତାପସ ରଞ୍ଜନ ଦେହୁରୀ, ବଡ଼ପାଟଣା ସରପଞ୍ଚ ବିନତି ବାନରା ପ୍ରମୁଖ ଉପସ୍ଥିତ ଥିଲେ।