ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି : ରାଜସ୍ବ ମନ୍ତ୍ରୀ

ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ମୟୂରଭଞ୍ଜ ଓ ବାଲେଶ୍ବରକୁ ରେଡ୍ ଆଲର୍ଟ ରହିଛି। ତଳମୁଣ୍ଡରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବର୍ଷା ପାଣି ସହ ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମ୍‌ର ପାଣି ଆସୁଛି, ଝାଡ଼ଖଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ଅଛୁ।

ସୁବର୍ଣ୍ଣରେଖା ଜଳସ୍ତର ବଢୁଛି, ବୁଢ଼ାବଳଙ୍ଗ ଓ ଜଳକାରେ କମୁଛି। ବସ୍ତା, ବାଲିଆପାଳ ପୌରାଞ୍ଚଳ, ରେମୁଣା ସଦରରେ ପାଣି ପଶିଛି। ଭୋଗରାଇ, ଜଳେଶ୍ବରରେ ମଧ୍ୟ ପାଣି ପାଣି ପଶିଛି। ଆଗାମୀ ୭ ଦିନ ଯାଏଁ ମାଗଣା ଖାଦ୍ୟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି। ତଳିଆ ଅଞ୍ଚଳର ଲୋକଙ୍କୁ ରିଲିଫ୍ ସେଣ୍ଟର୍‌ରେ ରଖାଯାଇଛି, କଟକରୁ ୨ଟି ଓଡ୍ରାଫ୍ ଟିମ୍ ବାଲେଶ୍ବର ଯିବେ। ଆଉ ଏକ ଲଘୁଚାପ ଅଛି, ତା’ ଉପରେ ନଜର ରହିଛି, ଅନେକ ଜାଗାରେ ଘାଇ ସୃଷ୍ଟି ହୋଇଛି, ଚିନ୍ତା କରନ୍ତୁ ନାହିଁ ପର୍ଯ୍ୟାପ୍ତ କ୍ଷତିପୂରଣ ମିଳିବ କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes