ଫେବୃଆରୀ ୧୦ରୁ ୧୯ତମ ପାତାଳୀ ମହୋତ୍ସବ

ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ଠାରେ ୧୯ତମ ପାତାଳୀ ମହୋତ୍ସବ ସକାଶେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ଆସନ୍ତା ଫେବୃଆରୀ ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ଏଥିପାଇଁ ଫେବୃଆରୀ ୯ ତାରିଖରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ମହୋତ୍ସବ ଅବସରରେ ପ୍ରତି ବର୍ଷ ଭଳି ଚଳିତ ଥର ମଧ୍ୟ ୫୬ ପ୍ରହରୀ ନାମଯଜ୍ଞ, ଭାଗବତ ସପ୍ତାହ ପାରାୟଣ, ଧର୍ମ ସଭା, ଘୃତ ଯଜ୍ଞ, ସାଂସ୍କୃତିକ ସନ୍ଧ୍ୟା ଓ ଜଗନ୍ନାଥଙ୍କ ପଦ୍ମ ମୁଖ ବେଶ ଦର୍ଶନଆଦି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes