ପ୍ଲାଷ୍ଟିକ ଚାଉଳ କୁ ନେଇ ହିତାଧିକାରୀ ଚିନ୍ତିତ, ଚାଉଳ ସଠିକ୍ ରହିଛି – ସି ଏସ ଓ

ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁ ଓ ଆଖପାଖ ପଂଚାୟତରେ ଦିଆଯାଉଥିବା ପ୍ଲାଷ୍ଟିକ ଚାଉଳ ବଣ୍ଟନ ହେଉଥିବା ଅଭିଯୋଗ ହେଉଛି। ଫଳରେ ଏହାକୁ ନେଇ ହିତାଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଏଭଳି କୃତ୍ରିମ ବା ପ୍ଲାଷ୍ଟିକ ଚାଉଳ କିଭଳି ବଣ୍ଟନ ହେଉଛି, ତାହାର ଉତ୍ତର ପଂଚାୟତମାନଙ୍କରେ ବଣ୍ଟନ କରୁଥିବା କର୍ମଚାରୀ ପାଖରେ ଉତ୍ତର ନାହିଁ। ଏ ନେଇ ସିଏସଓ ବସନ୍ତ ପଣ୍ଡା କହିଛନ୍ତି ଯେ, ଏହା ପ୍ଲାଷ୍ଟିକ ଚାଉଳ ନୁହେଁ, ଏସବୁ ଫର୍ଟିଫାଏଡ ଚାଉଳ, ପ୍ରତି କିଲୋ ଚାଉଳରେ ଶହେ ଗ୍ରାମ ପୁଷ୍ଟିକର ଭିଟାମିନ ମିଶ୍ରଣ କରାଯାଇଥାଏ। ଏଣୁ ଏଭଳି ଦେଖା ଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version