ବଲାଙ୍ଗିର ଆୟୁର୍ବେଦିକ ହସ୍ପିଟାଲ ପ୍ରିନ୍ସିପାଲ ପ୍ରଫେସର ସୁଦର୍ଶନ ବେହେରାଙ୍କ ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ।
ପ୍ରିନ୍ସିପାଲଙ୍କର ପୁରୀ ଜିଲ୍ଲାରେ ୧୬ଟି ପ୍ଲଟ ଠାବ କଲା ଭିଜିଲାନ୍ସ। ୧୬ଟି ପ୍ଲଟ ସହ ୩ଟି ବହୁତଳ କୋଠା, ୫୦ ଲକ୍ଷର ଜମା, ୩ଟି ଦାମୀ ୪ ଚକିଆ ଯାନ, ଗୋଟିଏ ବାଇକ୍, ୩୨ ଲକ୍ଷ ଟଙ୍କା ମୂଲ୍ୟର ଯାନ ମିଳିଥିବା ଭିଜିଲାନ୍ସ ସୂଚନା ଦେଇଛି। ବୀମା ସମ୍ପର୍କିତ ତଥ୍ୟର ତଲାସି ଜାରି ରହିଛି। ଅଧିକ ସମ୍ପତ୍ତି ମିଳିବା ସମ୍ଭାବନା ଅଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ।