ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରସ୍ତୁତି ବୈଠକ

ଓଡ଼ିଶା ସରକାରଙ୍କ ଡିଜାଷ୍ଟର ମେନେଜମେଣ୍ଟ ବିଭାଗ ତରଫରୁ ବିନିକା ଏନଏସି ଓ ସ୍ପୋର୍ଟସ କ୍ଲବର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ସ୍ପୋର୍ଟସ କ୍ଲବ ପରିସରରେ ବନ୍ୟା,ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ଏକ ପ୍ରସ୍ତୁତି ଶିବିର ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ,ବିଡ଼ିଓ,ଅଗ୍ନିଶମ ଅଧିକାରୀ,ଜିଲ୍ଲା ଜରୁରୀ କାଳୀନ ଅଧିକାରୀ,ରାଜ୍ୟ ସଂଯୋଜକ ପ୍ରମୁଖ ଯୋଗଦେଇ ଏହାର ଉପକାରିତା ଉପରେ ଆଲୋକପାତ କରିଥିଲେ।ଏହି ଶିବିରରେ ଅଙ୍ଗନୱାଡ଼ି କର୍ମୀ,ବିଭିନ୍ନ ବିଭାଗର ଅଧିକାରୀ,ପୋଲିସ,ସ୍ଵେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes