ପ୍ରବାସୀ ରତ୍ନ ପୁରସ୍କାର ପାଇଲେ ବଲାଙ୍ଗୀରର ଜିତେନ୍ଦ୍ର

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଜନ୍ମିତ ଆନ୍ତର୍ଜାତିକ ଖ୍ୟାତିନାମା ସିନେ ନିର୍ମାତା ଓ ବିତରକ ଜିତେନ୍ଦ୍ର ମିଶ୍ରଙ୍କୁ ନୂଆଦିଲ୍ଲୀ ସ୍ଥିତ ଜିଏନୟୁ ରେ ଥିବା ଆଇଆଇଏସି ହଲଠାରେ ପ୍ରବାସୀ ଓଡିଆ ବିକାଶ ସମିତି ପକ୍ଷରୁ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ମର୍ଯ୍ୟାଦା ଜନକ ପ୍ରବାସୀ ରତ୍ନ ୨୦୨୨ ପୁରସ୍କାର ପ୍ରଦାନ କରାଯାଇଛି ।

ମୂଲ୍ୟବୋଧଭିତ୍ତିକ ଚଳଚିତ୍ର ନିର୍ମାଣ କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସେ ୧୧୦ ସୃଜନଶୀଳ ସିନେମା ପ୍ରଯୋଜନା ବିତରଣ ଓ ପ୍ରଚାର ପ୍ରସାର କରି ନାଁ କରିପାରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes