ମହିଳା ଓ ଶିଶୁ ବିକାଶ ବିଭାଗ ସହ ବୈଠକ ପରେ ଆଇନ୍ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ପୀଡ଼ିତାଙ୍କୁ ପ୍ରାରମ୍ଭିକ ନ୍ୟାୟିକ ସାହାଯ୍ୟ କରିବେ ପାରା ଲିଗାଲ ଭଲ୍ୟୁଣ୍ଟର। ଗାଁର ସାଧାରଣ ଓ ଜନଜାତି ପରିବାରଙ୍କୁ ନ୍ୟାୟିକ ଅଧିକାର ପାଇଁ ଗୁରୁତ୍ୱ ଦିଆଯିବ। ନିର୍ଯାତନାର ଶିକାର ହେଲେ ପ୍ରଥମେ ପାରା ଲିଗାଲ ଭଲ୍ୟୁଣ୍ଟରଙ୍କୁ ଜଣାଇବେ, ନ୍ୟାୟିକ ଦିଗ ନେଇ ଭଲ୍ୟୁଣ୍ଟର ପୀଡ଼ିତାଙ୍କୁ ସାହାଯ୍ୟ କରିବେ। ସମସ୍ୟାକୁ ଥାନା ଏବଂ କୋର୍ଟ ପର୍ଯ୍ୟନ୍ତ ପହଞ୍ଚାଇବେ।ମହିଳାଙ୍କୁ ସଚେତନ କରାଯିବ, ଅଙ୍ଗନବାଡ଼ି କର୍ମୀଙ୍କୁ ସାମିଲ୍ କରାଯିବ କହିଛନ୍ତି ମନ୍ତ୍ରୀ।